Here is the 100+ new collection Best Odia Quotes on Life, Odia Quotes Image, odia motivational quotes, odia facebook quotes, odia whatsapp quotes, ଓଡ଼ିଆ quotes for status.
- ଜୀବନର ସବୁଠାରୁ କଠିନ ସମସ୍ୟା ହେଉଛି ନିଜକୁ ଚିହ୍ନି ପାରିବା.
- ନିରନ୍ତର ଚେଷ୍ଟା ଏବଂ ନିଜ ଉପରେ ଭରଷା ରଖୁଥିବା ବ୍ୟକ୍ତି, କେବେବି ଅସଫଳ ହୁଏନାହିଁ .
- ଆଜି ଯାଏ ଯାହା ଉପରେ ଦୁନିଆ ହସେ ସେହିମାନେ ହିଁ ଇତିହାସ ତିଆରି କରିଛନ୍ତି.
- କାହା ପ୍ରତି ଇର୍ଷା,ଦ୍ୱେଷ ଏବଂ ପ୍ରତିଶୋଧ ଭାବ ରଖନ୍ତୁ ନାହିଁ . ଭଗବାନ ସ୍ୱୟଂ ତୁମକୁ ରକ୍ଷା କରିବେ.
- ସ୍ୱାର୍ଥପର ଦୁନିଆରେ ଲୋକେ ମିଛ ଶୁଣି ଖୁସି ହୁଅନ୍ତି . କିନ୍ତୁ ସତ ଶୁଣି ସମ୍ପର୍କ ଭାଙ୍ଗି ଦିଅନ୍ତି ଓ ଦୁରେଇ ଯାଆନ୍ତି.
- ପ୍ରତେକ ଧର୍ମ କୁ ସମ୍ମାନ କର, ପ୍ରତ୍ୟୋକଟି ସେହି ଇଶ୍ୱରଙ୍କ ପାଖ କୁ ନେଇଯିବାର ମାର୍ଗ .
- ସହଜ ହବା ପୂର୍ବରୁ ସବୁଜିନିଷ କଠିନ ହିଁ ହୋଇଥାଏ.
- ଉପଯୁକ୍ତ ସମୟରେ ଯିଏ ଭଲକଥା କୁହେନାହିଁ ସେଏ ମୁକ ସହିତ ସମାନ.
- ସବୁ ତୀର୍ଥ ଭ୍ରମଣ କରିବା ଅପେକ୍ଷା ନିଜର ବୃଦ୍ଧ ପିତାମାତାଙ୍କ ସେବା କରିବା ସବୁଠାରୁ ବଡ ତୀର୍ଥ ଅଟେ .
- ପ୍ରେମ ସେତିକି କର ଯେତିକି ଭୁଲି ପାରିବ .
- ଭଗବାନଙ୍କ ଉପରେ ଭରଷା ରଖ ନାହିଁ, ଏମିତି ବି ହୋଇପାରେ ଭଗବାନ ତୁମ ଭରଷାରେ ଥିବେ.
- ଦୁଃଖ ଓ ମଣିଷ ଜନ୍ମରୁ ଯାଆଁଳା ଭାଇ.
- ମୋର ସହିବାର ଆଦତ ହୋଇଯାଇଛି.
- ସମସ୍ତଙ୍କୁ ସମୟ ମିଳିଥାଏ ଜୀବନ ବଦଳେଇବାକୁ ହେଲେ କାହାକୁ ଜୀବନ ମିଳେନି ସମୟ ବଦଳେଇବାକୁ.
- ସଫଳତା ପାଇବାକୁ ହେଲେ ଏକା ଆଗକୁ ବଢିବାକୁ ହୁଏ, ସଫଳତା ହେଲା ପରେ ଲୋକେ ଆପେ ଆପେ ତୁମ ପଛରେ ଆସିବେ.
- ପରିଶ୍ରମି ଲୋକର ନିଦ୍ରା ପ୍ରକୁତରେ ଅତି ମଧୁର ବା ସୁଖପ୍ରଦ.
- ଜୀବନରେ ସେହି ବ୍ୟକ୍ତି ମାନେ ଅସଫଳ ହୁଅନ୍ତି ଯେଉଁମାନେ କେବଳ ଚିନ୍ତା କରନ୍ତି ହେଲେ କର୍ମ କରନ୍ତି ନାହିଁ .
- ଲୋକ କଣ କହିବେ ଏହି ବାକ୍ୟଟି ପାଇଁ ବହୁତ ସ୍ବପ୍ନ ଭାଙ୍ଗିଯାଏ.
- ସାମାନ୍ୟ ସାମାନ୍ୟ ଭଦ୍ରତା ଜୀବନକୁ ମଧୁମୟ କରିଦିଏ.
- ସାଧୁତାକୁ ପ୍ରଥମେ ଅନେକ ଲୋକ ହିଂସା କରନ୍ତି ଏବଂ ଶତ୍ରୁତା ମଧ୍ୟ କରନ୍ତି, କିନ୍ତୁ ଶେଷରେ ସାଧୁତାର ହିଁ ଜୟ ହୁଏ.
- ସାହସର ସହିତ କର୍ତ୍ତବ୍ୟ ସଂପାଦନ କରିଯାଅ, ତାହାହିଁ , ହେଉଛି ପ୍ରକୁତ ବୀରତ୍ୱ .
- ସାପର ବିଷ ତାର ଦାନ୍ତରେ ଥାଏ, ମାଛିର ବିଷ ତାର ମସ୍ତକରେ ଥାଏ, ବିଛାର ବିଷ ଲାଙ୍ଗୁଡ଼ରେ ଥାଏ, କିନ୍ତୁ ଦୁର୍ଜ୍ଜନ ବିଷ ତା ସର୍ବାଙ୍ଗରେ ଥାଏ .
- ସାଧନା ଶିଷ୍ୟର ସିଦ୍ଧି ହେଲେ, ଗୁରୁଦେବଙ୍କର ଯେଭଳି ଆନନ୍ଦ ହୁଏ, ଅନ୍ୟ କାଉଁଥିରେ ନୁହେଁ .
- ସତ୍ୟ, ଶାନ୍ତି, ଦୟା , କ୍ଷମା , ଧର୍ମ ଆଚରଣ, ସଦାଚାର, ଆଦି ଗୁଣରେ ଆତ୍ମା ଭୂଷିତ କରେ.
- ସର୍ବଦା ଅହିଂସା ଆଚରଣ କର, କାରଣ ଅହିଂସା ପରମ ଧର୍ମ , ପରମ ତପ, ପରମ ଜ୍ଞାନ ଓ ଅହିଂସା ପରମ ପଦ ଅଟେ .
- ସମସ୍ତ ଧର୍ମ ଛାଡି ଭଗବାନଙ୍କ ଶରଣ ନିଅ, ସେ ତୁମକୁ ସମସ୍ତ ପାପରୁ ମୁକ୍ତ କରିଦେବେ .
- ସର୍ବଦା ସର୍ତ ପଥରେ ଅର୍ଥ ବ୍ୟୟ କର, ଜଗତର ମଙ୍ଗଳ ତଥା ଧର୍ମ ଉନ୍ନତି ପାଇଁ ଚେଷ୍ଟା କର.
- ସତ୍ୟ ହେଉଛି ଏକା କଣ୍ଟକିତ ବାଟ7, ଏହି ବାଟରେ ଗଲେ ଲହୁଲୁହାଣ ହେବାକୁ ପଡିପାରେ, କିନ୍ତୁ ଏହା ହେଉଛି ସିଧା ବାଟ .
- ସବୁବେଳେ ସନ୍ଦେହ କରିବାଟା ଧୀରେ ଧୀରେ ଆତ୍ମହତ୍ୟା କରିବା ସଂଗେ ସମାନ .
- ସମସ୍ତେ ଅନ୍ୟ ମୁଖରୁ ନିଜର ପ୍ରଶଂସା ଶୁଣିବାକୁ ଇଛା କରିଥାନ୍ତି, ତେଣୁ ତୁମର ନିନ୍ଦା ଓ ଅପମାନ ହେଲାଭଳି କୌଣସି କାର୍ଯ୍ୟ କରନାହିଁ .
- ସବୁଠାରୁ ବଡ ଅଜ୍ଞାତ ହେଲା ଗୋଟାଏ ବିଷୟରେ ଖୁବ ଜାଣିଛ ବୋଲି ଗର୍ବ ଅନୁଭବ କରିବା .
- ସଂଦେହୀ ଲୋକ ମନ ଦୋଷୀ ଲୋକର ମନଠାରୁ ବେଶୀ କଳୁଷିତ .
- ସମ୍ମାନ ଓ ଇଜ୍ଜତ ମନକୁ ମନ ଆସେ ନାହିଁ, ନିଜର ଆଚରଣ ଅଭ୍ୟାସରେ ମିଳେ .
- ସବୁଠାରୁ ଅଳ୍ପରେ ଯିଏ ସନ୍ତୁଷ୍ଟ ହାଇପାରିଲା , ସେହିଁ ସଂସାରରେ ଶ୍ରେଷ୍ଠ ଧନୀ, କାରଣ ସନ୍ତୋଷ ହିଁ ପ୍ରକୁତ ସମ୍ପଦ .
- ସୁହାନୁଭୁତି ପୂର୍ଣ୍ଣ ସାହାଯ୍ୟ କିମ୍ବା ଉପକାର ଯେତେ ଅଳ୍ପ ହେଲେ ମଧ୍ୟ କେବେହେଲେ ବ୍ୟର୍ଥ ହୁଏ ନାହିଁ .
- ସବୁଠାରୁ ମଜ଼ା କଥା ହେଉଛି, ଯୁବକମାନେ ଭାବନ୍ତି ବୃଦ୍ଧମାନଙ୍କର ବୃଦ୍ଧି ନାହିଁ ଓ ବୃଦ୍ଧମାନେ ଭାବନ୍ତି ଯୁବକମାନଙ୍କର ବୃଦ୍ଧି ବୃତ୍ତି ହୋଇନାହିଁ .
- ସତ୍ୟ ଓ ନ୍ୟାୟ ପ୍ରତି ଯାହାର ସମ୍ମାନ ଅଛି କେବଳ ସେଇମାନେ କାର୍ଯ୍ୟ ହିଁ ସବୁଦିନ ପାଇଁ ସୁବାସ ବିତରଣ କରିଥାଏ .
- ସତ୍ୟ ପ୍ରତି ଯାହାର ଶ୍ରଦ୍ଧା ରହିଛି , ଏ ସଂସାରରେ ପ୍ରକୁତରେ ସିଏ ହିଁ ମୁକ୍ତ ମାନବ .
- ସବୁ ସମସ୍ୟାର ମୂଳ କାରଣ ହେଉଛି ଆମେ ଧର୍ମ ଓ ଧାର୍ମିକ ବିଶ୍ୱାସ ଠାରୁ ଦୁରେଇ ଯାଇଛୁ .
- ସତ୍ୟ ଓ ଆଲୋକ ଦୁଇଟି ଯାକ ସମାନ, ଦୁହିଁଙ୍କର ପଥ ଗୋଟିଏ ସରଳରେଖାରେ ହିଁ ଗତି କରନ୍ତି .
- ସମସ୍ତଙ୍କୁ ଅବିଶ୍ୱାସ କରିବାଟା କେବେହେଲେ ବୃଦ୍ଧିମାନର କାମ ନୁହଁ ବରଂ ତାକୁ ନିର୍ବୋଧତା କୁହାଯିବ .
- ସବୁ ବିଫଳତାର ମୂଳ ହେଉଛି ଧର୍ଯ୍ୟହୀନତା .
- ସନ୍ତୋଷ ଚାବିର ଅନ୍ୟନାମ ଧର୍ଯ୍ୟ .
- ସବୁଠାରୁ ଜ୍ଞାନୀ ଓ ସବୁଠାରୁ ନିର୍ବୋଧ ଏ ଦୁଇଜଣ ନିଜ ନିଜ ମତ ବଦଳାନ୍ତି ନାହିଁ .
- ସବୁ ସଦ୍ଗୁଣର ମଜଭୁତ ମୂଳଦୁଆ ହେଲା ନମ୍ରତା .
- ସମୟ ନଷ୍ଟ ନକରିବା ଠାରୁ ବଳି ଅପବ୍ୟୟ ସଂସାରରେ ଆଉ କିଛି ସତକାର୍ଯ୍ୟ କରିବା ପାଇଁ କୌଣସି ନିଦିଷ୍ଟ ଦିନ ନାହିଁ, ପ୍ରତେକ ଦିନଟି ସେଥିପାଇଁ ଉଦିଷ୍ଟ .
- ସତ ଚିନ୍ତାରୁ ଯେଉଁ ଜ୍ଞାନ ଲାଭ ହୁଏ, ତାହାକୁ ସାଇତି ରଖିବା ବୁଦ୍ଧିମାନର କାମ .
- ସବୁଠାରୁ ବଡ ଆନନ୍ଦ ହେଉଛି ଅନ୍ୟକୁ ଆନନ୍ଦ ଦେବା .
- ସହନଶୀଳ ବ୍ୟକ୍ତିର କେବେହେଲେ ପରାଜୟ ନୁହଁ .
- ସବୁଠାରୁ ଭଲକାମ କରିବାକୁ ଯାଉଥିବା ବେଳେ ଧୀରେ ପଦକ୍ଷେପ ନେବା ଉଚିତି .
- ଲୋକେ ତୁମକୁ ଭଲ କୁହନ୍ତୁ ବୋଲି ଯେତେ ଇଛା କରୁଛ, ତେବେ ନିଜେ ନିଜର ପ୍ରଶଂସା କରନାହିଁ .
- ଶବକୁ ଯେମିତି ଚିତା ଖାଇଯାଏ, ଲୋକକୁ ସେମିତି ଇର୍ଷା ଖାଇଯାଏ .
- ଶରୀରକୁ ସୁସ୍ଥ ରଖିବା ପାଇଁ ଯେମିତି ଖାଦ୍ୟ ଲୋଡ଼ା, ମନକୁ ସୁସ୍ଥ ରଖିବା ପାଇଁ ଅଧୟନ ସେତିକି ଲୋଡ଼ା .
- ଲୋକଙ୍କ ଠାରେ ଶକ୍ତିର ଅଭାବ ନାହିଁ, ପ୍ରକୃତରେ ଇଚ୍ଛାର ଅଭାବ .
- ଲୋକର ସବୁଠାରୁ ବଡ ଦୁର୍ବଳତା ହଉଚି ଯେ ସେ ନିଜ କୁ ଖୁବ ବିଜ୍ଞ ବୋଲି ଭାବିବା .
- ଲୋଭ ରୂପକ ଛୁରୀ ଧାର ଏତେ ତୀକ୍ଷଣ ଯେ ମନୁଷ୍ୟକୁ ସେ ଟିକି ଟିକି କରିଦେଇ ପାରେ .
- ଲୋକ ମୋତେ ଭଲ ପାଉନାହାନ୍ତି ବୋଲି ବିଚାରିବା ଠାରୁ ବଳି ଦୁଃଖ ଆଉ ନାହିଁ .
- ଲେଖନୀ ଓ ତରବାରୀ ଉଭୟ ଶକ୍ତିଶାଳୀ, କିନ୍ତୁ ଶେଷରେ ଲେଖନୀରେ ହିଁ ଜୟ ହୁଏ .
- ଲଜ୍ୟା ସବୁବେଳେ ବିବେକକୁ ଠିକ ବାଟରେ ରଖିବାକୁ ସମର୍ଥ କରାଇଥାଏ .
- ଲେଖକ ହାତରେ ଶାଣିତ ତରବାରୀ ନଥାଏ , କିନ୍ତୁ ତାର ଲେଖନୀ ଯେ କୌଣସି ତରବାରୀ ଠାରୁ ତୀକ୍ଷଣ .
- ଲୋଭି ମଣିଷ ପାଇଁ ଭଗବାନଙ୍କ ଶାସ୍ତି ହେଉଛି ଯେ, ସେ ନିଜର ସମ୍ପତ୍ତିକୁ ମଧ୍ୟ ଭୋଗ କରିପାରେନାହିଁ .
- ଲୋକ ନୁହଁ ନୀତି ନେଇ ରାଜନୀତି ଚାଲିବ ଉଚିତ .
- ଲୋଭର ଧାର ଏତେ ତୀକ୍ଷଣ ଯେ ସେ ମନୁଷ୍ୟକୁ ଯେକୌଣସି ସମୟରେ ଟିକି ଟିକି କରି କାଟିଦେଇପାରେ .
- ଶତ୍ରୁକୁ କ୍ଷମା ଦେବା ଭିତରେ ଯେଉଁ ଆନନ୍ଦ ଅଛି, ତାହାର ମହତ କ୍ଷୁଦ୍ରମନା ଲୋକ ବୁଝିପାରିବ ନାହିଁ .
- ଯେଉଁ ଲୋକ ନିଜ ଉଦେଶ୍ୟରେ ଅଟଳ ରହିଲା , ବିଜୟ ଆସି ତା ଦୁଆର ମୁଂହରେ ନିଶ୍ଚୟ ପଂହଁଚିବା .
- ଧନରୁ ଦାନ ଦେବାର କିଛି ହେଲେ ମହତ୍ତ୍ୱ ନାହିଁ .
- ଯେଉଁ ରାଜ୍ୟରେ କୌଣସି ପ୍ରକାର ଭୟ ନଥାଏ, ସେହି ରାଜ୍ୟରେ ହିଁ ଶାନ୍ତି ବିରାଜି ଥାଏ .
- ଯେଉଁ ଲୋକ ଜୀବନରେ ଦୁଃଖ କଷ୍ଟ ଭୋଗିନାହିଁ ସେ କଦାପି ମସୟା ସମାଜ କୁ ଚିହ୍ନ୍ନି ନାହିଁ .
- ଯେଉଁ ଲୋକ ପଦେ କଥା କହିଦେଲେ ଅନ୍ୟମାନେ ଖୁବ ହସନ୍ତି, ସେ ଲୋକ ସାଙ୍ଗରେ ସମୟ କାଟିବା ନିର୍ଣ୍ଣୟ ସୌଭାଗ୍ୟର କଥା.
- ଯେଉଁ ଲୋକ କେବେ କିଛି ଉଦ୍ୟମ କରେ ନାହିଁ -ସେଇ କେବଳ ବିଫଳତା ଦୋଷରୁ ମୁକ୍ତ .
- ଯେଉଁମାନଙ୍କର ଯୁକ୍ତି ଦୁର୍ବଳ, ସେହିମାନେ ହିଁ ଆଲୋଚନା ବେଳେ ରାଗିଯାଇ ବଡ ପାଟିକରିଥାନ୍ତି .
- ଯେଉଁ ଲୋକ କୌଣସି ପ୍ରତିଦାନର ଆଶା ନ ରଖି କାମ କରଯାଏ ଶେଷରେ ତାକୁ ପ୍ରସଂଶା ଓ ପୁରସ୍କାର ଉଭୟ ମିଳିଥାଏ .
- ଯେଉଁ ଲୋକ ଆଦୌ ବିପଦରେ ପଡ଼ିନାହିଁ, ତା ଭିତରେ ଯେ ସାହସ ଅଛି ,ତାର କିଛି ପ୍ରମାଣ ନାହିଁ .
- ଯେଉଁ ଲୋକ ଦାଇତ୍ୱ ତୁଲାଇବା ଜାଣିନାହିଁ, ବା ଦାଇତ୍ୱ କଣ ବୁଝି ନାହିଁ, ସେ କେବେହେଲେ ନେତୃତ୍ୱ ନେଇପାରିବ ନାହିଁ .
- ଯେଉଁ ଲୋକ ସାହସୀ ଭାଗ୍ୟ ତା’ ରି ପାଇଁ ହିଁ ଅପେକ୍ଷା କରିଥାଏ .
- ଯେଉଁ ଲୋକ ଦାନ କରି ନାହିଁ ସେ ଜୀବନରେ ପ୍ରକୃତ ସୌନ୍ଦର୍ଯ୍ୟ ଅନୁଭବ କରି ନାହିଁ .
- ଯେଉଁଠାରେ ଦୁଃଖର ରାଜୁତି, ଆଶ୍ଚର୍ଯ୍ୟର କଥା ସେଇଠାରେ ହିଁ ମହତ ଲୋକର ଜନ୍ମ ହୋଇଛି .
- ଯେଉଁମାନେ ଯୁକ୍ତି କରି ଜାଣନ୍ତି ନାହିଁ, ସେହିମାନେ ହିଁ କଥାବତ୍ତା ବେଳେ କଲି କରନ୍ତି .
- ଯେ ନିଜର କତ୍ତବ୍ୟ ସୁଚାରୁ ରୂପେ କରି ନେଉଥାଏ ସୁଖ ବରାବର ତା’ ସାଥି ହୋଇ ରହିଥାଏ .
- ଯେଉଁ ଲୋକ ସବୁବେଳେ ନିରାଶ ବାଣୀ ଶୁଣାଏ, ତା’ ଠାରୁ ବଳି ହତଭାଗ୍ୟ ଆଉ କେହି ନାହିଁ .
- ଯେଉଁମାନେ ସବୁ କଥାରେ ଅସନ୍ତୋଷ ପ୍ରକାଶ କରନ୍ତି, ସେଇମାନେ ହିଁ ସାଧାରଣତଃ ଅଳସୁଆ .
- ଯେଉଁ ଲୋକ ଦୁଃଖ କଷ୍ଟ ନ ସହିଛି, ତା ‘ ହୁଦୟରେ ଶକ୍ତିର ସଂଚାର ହେଇନାହିଁ .
- ଯେଉଁ ଲୋକ କେବେ ରାଗେ ନାହିଁ, ସେ ଅନ୍ୟକୁ ଆଦେଶ ଦେବାର ଅଧିକାର ହୋଇଥାଏ .
- ଯେଉଁ ଲୋକ ଘରଟିକୁ ଶୁଙ୍ଖଳିତ ଭାବରେ ଚଳେଇ ପାରିଛି, ସେ ଲୋକ ହିଁ ରାଜ୍ୟକୁ ଚଳାଇବା ପାଇଁ ସମର୍ଥ .
- ଯେଉଁ ଲୋକ ସାହସ କରି ଭଲ କାମ କରିବାକୁ ଆଗେଇ ଯାଉଛି, ତାକୁ ସମସ୍ତେ ପଥ ଛାଡ଼ିଦେବା ଉଚିତ .
- ଯେଉଁ ଲୋକ ନିଜର ସଦ୍ଗୁଣ ବିଷୟରେ ଖୁବ କମ ସଚେତନ, ସେହି ଲୋକ ହିଁ ଅନ୍ୟମାନଂକର ପ୍ରିୟପାତ୍ର ହୋଇଯାଏ .
- ଯେତେ ଉଦ୍ୟମ କଲେ ମଧ୍ୟ ଗୋଟିଏ କଥାକୁ ସବୁଦିନ ପାଇଁ ଅତି ଗୋପନୀୟ ଭାବେ ରଖି ହେବନାହିଁ .
- ଯେଉଁ ଲୋକର ଦକ୍ଷତା ଅଛି ସେ ଅଳିଆକୁ ମଧ୍ୟ ସୁନାରେ ପରିଣତ କରିଦେଇଥାଏ .
- ଯେଉଁମାନେ ପ୍ରଥମେ କାମ କରିଦେଇ ପାରେ ଭାବନ୍ତି, ସେମାନେ ଭବିଷ୍ୟତରେ ଅନୁତାପ ହିଁ ଲେଖାଥାଏ .
- ଯେଉଁ ଲୋକ ପ୍ରକୃତରେ ସାହସୀ, ତା ‘ମନରେ ଇଷାର କେବେ ସ୍ଥାନ ରହି ନପାରେ .
- ଯେଉଁ ଲୋକର ସତ କହିବାର ସାହସ ନାହିଁ, ସେ କ୍ରମେ ଜଣେ ତୋଷାମତକାରୀ ପାଲଟିଯାଏ .
- ଯେଉଁ ଲୋକ ଲାଳସା କବଳରେ ପଡିଛି, ତାଠାରୁ ବଳି କ୍ରୀତଦାସ ଆଉକେହି ନାହିଁ .
- ଯେଉଁ ଲୋକ ନିଜକୁ ଦୁଖୀ ବୋଲି ବରାବର ବିଚାରିଥାଏ, ତାଠାରୁ ବଳି ଦୁଖୀ ଏ ସଂସାରରେ ଆଉ କେହି ନାହିଁ .
- ଯେଉଁମାନଙ୍କର ହୁଦୟ ବିଶାଳ, ସେହିମାନେ ହିଁ ସହନଶୀଳ କଥାର ପ୍ରକୃତ ମର୍ମ ବୁଝିପାରିବେ .
- ଯେଉଁଦିନ ତୁମେ ଥରେ ହେଲେ ହସିନାହିଁ, ସେ ଦିନଟି ତୁମର ନିଶ୍ଚୟ ବୃଥା ହେଇଯାଇଛ ବୋଲି ଜାଣ .
- ଯେଉଁଠାରେ ସହାନୁଭୂତି ନାହିଁ, ସେଠାରେ ସମ୍ନାନ ସ୍ଥାନ ରହିନପାରେ .
- ଯେଉଁମାନେ ଅଳ୍ପ କୁହନ୍ତି, ସେମାନଙ୍କ କଥାରେ ବାସ୍ତବିକ ମୋହିନୀ ଶକ୍ତିଥାଏ .
- ଯେଉଁ ଲୋକ ନିଜ ବନ୍ଧୁଙ୍କୁ ଠକୁଚି, ସିଏ ଜାଣ ଭଗବାନଙ୍କୁ ମଧ୍ୟ ଠକୁଚି .
- ଯେଉଁମାନେ ଅନ୍ୟମାନଙ୍କର ଆଦର୍ଶ ସେହିମାନେ ହିଁ ପ୍ରକୃତ ଅର୍ଥରେ ଏ ସଂସାରର ପ୍ରଭୁ .
- ଯେଉଁ ଆନନ୍ଦରେ ଆଶାର ପରିସମାପ୍ତି ନହୁଏ, ସେହି ଆନନ୍ଦ ହିଁ ସବୁଠାରୁ ମଧୁର .
Download Odia Quotes on Life Images





























Read also:
50+ Best WhatsApp Hindi Quotes On Life
Best WhatsApp Status Positive Quotes for Life
50+ [NEW] WhatsApp Hindi Shayari Image to Download in 2020
WhatsApp Good Morning Messages For Friends
https://odiafanz.com/odia-quotes/
Great Post