ଅହଙ୍କାରୀ ଜ୍ଞାନୀ ନୁହେଁ, ବିନମ୍ର ଶ୍ରଦ୍ଧା ହିଁ ମନୁଷ୍ୟକୁ ସୁଖରାଜ୍ୟକୁ ନେଇଯାଏ .

ସବୁ ସୁଖର ମୂଳ ହେଲା ନିଜକୁ କାର୍ଯ୍ୟରତ କରି ରଖିବା .

କଠିନ ସମସ୍ୟାକୁ ନିଜ କଲ୍ୟାଣ ନିମନ୍ତେ ସ୍ୱାଗତ କର .
ଆମେ କଣ ସୁଖ ପାଉ ତାହାରି ଉପରେ ନିର୍ଭର କରୁଛି ଆମ ଜୀବନ କିଭଳି ଛାଞ୍ଚରେ ପଡିବ.

ସତ୍ୟର ମୂଳଦୁଆ ଉପରେ ସଦ୍ଗୁଣ ଉପାଦାନ ସାହାଯ୍ୟରେ ହିଁ ସୁଖର ସୌଧ ଗଢାଯାଇଥାଏ .

ଭଗବାନଙ୍କ ବ୍ୟତୀତ ଅନ୍ୟ କାହାରି ପ୍ରତି କୃତଜ୍ଞତା ଜଣାଇବାକୁ ବାଧ୍ୟ ନ ହୋଇ ଯେଉଁ ଲୋକ ଅନ୍ନ ମୁଠାଏ ପାଉଛି ସେହି ଲୋକ ହିଁ ପ୍ରକୃତରେ ସୁଖୀ .

ପ୍ରକୃତ ସୁଖ ମିଳେ ବିହନ ବୁଣିଲେ ବେଳେ – ଫସଲ କାଟିଲା ବେଳେ ନୁହେଁ .
ଅତିମାତ୍ରାରେ ସୁଖ କାମନା କର ନାହିଁ ଓ ଅସୁଖ କୁ କେବେ ଡରିଯାଅ ନାହିଁ .

ଯେଉଁ ଲୋକ ନିଜକୁ ସୁଖୀ ବୋଲି ନ ବିଚାରେ ତାକୁ କେହି ସୁଖ ଦେଇ ପାରିବେ ନାହିଁ .

ସମସ୍ତଙ୍କ ସହିତ ମିଳିମିଶି ଚାଲିବାର ଗୁଣ ଯିଏ ହାସଲ କରିଛି,ତା’ଠାରୁ ବଳି ସୁଖୀ ଆଉ କେହି ନୁହଁନ୍ତି .

ଜଗତର ପରିବର୍ତନ ସାଧନ ନିମନ୍ତେ ନିଜକୁ ପରିବର୍ତନ କର.

ତୁମ ପ୍ରତି ଅନ୍ୟାୟକାରି ଉପରେ ପ୍ରତିହିଂସା ବର୍ଜନ କର .

କେବଳ ଇଶ୍ୱରଙ୍କ ନିକଟରେ ସାହାଯ୍ୟ ପ୍ରାର୍ଥୀ ହୁଅ .
କ୍ରୋଧ ପ୍ରକାଶ କରିବା ଦୁର୍ବଳ ମନର ପରିଚୟ ଦିଏ .

ବ୍ୟବହାରରେ ଭଦ୍ରତା ଓ ଶିଷ୍ଟତା ବଜାଇ ରଖିବେ.

ମୁକ୍ତ ହସ୍ତରେ ସାହାଯ୍ୟ କର ଓ ଅନ୍ୟର ସାହାଯ୍ୟ ଗ୍ରହଣ କର .

ଅତୀତ ପାଇଁ ଅବଶୋଷ ଓ ଭବିଷ୍ୟତ ପାଇଁ ଦୁଶ୍ଚିନ୍ତା କରିବେ ନାହିଁ .

ସମସ୍ୟା ଓ ବିପର୍ଯ୍ୟରେ କଳ୍ପନା ମନରେ କରିବେ ନାହିଁ, ଯେତେବେଳେ ଯେପରି ଘଟିବ ସେତେବେଳେ ତାର ମୁକାବିଲା କରିବେ.

ଅନ୍ୟକୁ ଖୁସି କରିବା ଚେଷ୍ଟାରେ ନିଜର ଶକ୍ତି କ୍ଷୟ କର ନାହିଁ.

ଫଳର ପ୍ରତ୍ୟାଶା ନ ରଖି କାର୍ଯ୍ୟକୁ ଭଲ ପାଅ.

ଅନାବଶ୍ୟକ ତଥ୍ୟ ଜଞ୍ଜାଳରେ ଅବଚେତନ ମନକୁ ଭାରାକ୍ରାନ୍ତ କର ନାହିଁ .

ଚିତ୍ତ ଚାଞ୍ଚଲ୍ୟ ପ୍ରକାଶ କରିବେ ନାହିଁ ବା ହଠକରିବା ବଶରେ ସିଦ୍ଧାନ୍ତ ନେବେ ନାହିଁ.

ଲୋକେ ମୋତେ ସୁଖ ପାଉଛନ୍ତି ବୋଲି ବିଚାର କରିବାଠାରୁ ବଳି ସୁଖ କିଛି ନାହିଁ.

ହୀନମନ୍ୟତା ଭୋଗିବେ ନାହିଁ, ଅନ୍ୟ ଯାହା କରିପାରିବେ ତୁମେ ମଧ୍ୟ ତାହା କରି ପାରିବ.

ସମସ୍ୟା ଜୀବନରେ ଗୋଟିଏ ଅବିଛେଦ୍ୟ ଅଙ୍ଗ ବୋଲି ଭାବ.

ସର୍ବଦା ଇଶ୍ଵରଙ୍କ ପ୍ରତି ବିଶ୍ୱାସ ରଖ.

ଲୋଭ ସମ୍ପରଣ କର, ଇଶ୍ଵର ହିଁ ସବୁ ସମ୍ପଦର ଅଧିକାରୀ .
ସ୍ୱାର୍ଥପରତା ପରିତ୍ୟାଗ କର, ବିବେକୁ ଜାଗ୍ରତ କର, ସମଗ୍ର ବିଶ୍ୱକୁ ଆପଣଙ୍କୁ ପରିବାରର ଅନ୍ତଭୁର୍କ୍ତ କର.

ତୁମର ସମସ୍ୟା ନେଇ ବାହାରେ ପ୍ରଚାର କରିବ ନାହିଁ.
କାହାରି ସଂପର୍କରେ କୁଚିନ୍ତା କରିବେ ନାହିଁ ବା ବାକ୍ୟାଳାପରେ କୁବାକ୍ୟ ପ୍ରୟୋଗ କରିବେ ନାହିଁ .

Leave a Review